ୟୁଆନ୍ ୱାଙ୍ଗ- ୫: 'ମରତା କ୍ୟା ନେହିଁ କରତା...'
Advertisement
Article Detail0/zeeodisha/odisha1298303

ୟୁଆନ୍ ୱାଙ୍ଗ- ୫: 'ମରତା କ୍ୟା ନେହିଁ କରତା...'

Yuan Wang-class tracking ship: ଭାରତର ବିରୋଧ ଓ ଶ୍ରୀଲଙ୍କାର ଅନୁରୋଧ ପରେ ମଧ୍ୟ, ଚୀନର ଗବେଷଣା ଓ ସର୍ଭେ ଜାହାଜ ୟୁଆନ୍ ୱାଙ୍ଗ-୫ ଶ୍ରୀଲଙ୍କାର ହାମ୍ଭନନ୍ତୋଟା ବନ୍ଦର ଅଭିମୁଖେ ନିଜର ଯାତ୍ରା ଜାରି ରଖିଛି । ଚୀନର ଏହି ମନମୁଖୀ କାର୍ଯ୍ୟ ପାଇଁ ନୂଆଦିଲ୍ଲୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି ।

ସାଙ୍କେତିକ ଫଟୋ

Yuan Wang-class tracking ship: ଭାରତ ପକ୍ଷରୁ ଶ୍ରୀଲଙ୍କା (Sri Lanka) ଉପରେ ପ୍ରବଳ ଚାପ ପ୍ରୟୋଗ କରାଯିବାପରେ ୟୁଆନ୍ ୱାଙ୍ଗ-୫ (Yuan Wang-5)ର ହାମ୍ଭନନ୍ତୋଟା ବନ୍ଦର (Hambananta port) ଗସ୍ତକୁ ବିଳମ୍ବିତ କରିବାକୁ ଶ୍ରୀଲଙ୍କା ପକ୍ଷରୁ ଚୀନ୍ ଅନୁରୋଧ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁଆନ୍ ୱାଙ୍ଗ ୫ (Yuan Wang-5) ଟ୍ରାକିଂ ଓ ସର୍ଭେ ଜାହାଜକୁ ଗତ ମାସରେ ଶ୍ରୀଲଙ୍କା ଦ୍ୱାରା ଅଗଷ୍ଟ ୧୧ ରୁ ୧୭ ପର୍ଯ୍ୟନ୍ତ ହାମ୍ଭନନ୍ତୋଟା ବନ୍ଦରରେ ଅଟକି ରହିବା ପାଇଁ କ୍ଲିୟରାନ୍ସ ଦିଆଯାଇଥିଲା ।

ଶ୍ରୀଲଙ୍କାର ଅପ୍ରତ୍ୟାଶିତ ବ୍ୟବହାରରେ କ୍ଷୁବ୍ଧ ଚୀନ୍ ଏ ସଂପର୍କରେ କଲେମ୍ବୋ ସହିତ ଆଲୋଚନା କରିବାକୁ କହିଲା । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟର ନୋଟ୍ ଭର୍ବାଲ୍ ପାଇବା ପରେ ଚୀନ୍ ରାଷ୍ଟ୍ରଦୂତ କି ଜେନହୋଙ୍ଗ ଶନିବାର ଦିନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ ।

ହମ୍ଭନନ୍ତୋଟା ବନ୍ଦର ନିର୍ମାଣ ପାଇଁ ଚୀନ୍ ଠାରୁ ବିଲିୟନ ଡ଼ଲାର ଋଣ ନେଇ ଶୁଝି ନ ପାରିଥିବା ଶ୍ରୀଲଙ୍କା ଶେଷରେ ଚୀନ୍ ର ଚାପ ଆଗରେ ମୁଣ୍ଡ ନୁଆଁଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋଣ ନେଇ ଶୁଝି ପାରିଥିବା ନ ଥିବାରୁ ଶ୍ରୀଲଙ୍କା ବାଧ୍ୟହୋଇ ହାମ୍ଭନନ୍ତୋଟା ବନ୍ଦରକୁ ଚୀନ୍କୁ ୯୯ ବର୍ଷପାଇଁ ଲିଜରେ ଦେଇଛି ଓ ଚୀନ ଏହାକୁ ବାଣିଜ୍ଯ ନାମରେ ଧୀରେ ଧୀରେ ସାମରିକ ଉଦ୍ଧେଶ୍ଯରେ ବ୍ଯବହାର କରୁଛି ।

ଭାରତ ତରଫରୁ ୟୁଆନ୍ ୱାଙ୍ଗ- ୫ ର ହାମ୍ଭନନ୍ତୋଟା ଗସ୍ତକୁ ବିରୋଧ କରାଯିବା ପ୍ରସଙ୍ଗକୁ ଚୀନ୍ ସୋମବାର ଦିନ 'ଅଯୌକ୍ତିକ' ଓ "ନୈତିକ ଦାୟିତ୍ବହୀନ" ବୋଲି ବର୍ଣ୍ଣନା କରିଛି । ସିଧାସଳଖ ଭାରତ ବିଷୟରେ ଉଲ୍ଲେଖ ନ କରି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ଶ୍ରୀଲଙ୍କା ଉପରେ ଚାପ ପକାଇବା ପାଇଁ ତଥାକଥିତ 'ସୁରକ୍ଷା ଚିନ୍ତାଧାରା' ଦର୍ଶାଇବା କିଛି ଦେଶ ପାଇଁ ସମ୍ପୂର୍ଣ୍ଣ ଅନ୍ୟାୟ ଅଟେ ।

ୱେନବିନ କହିଛନ୍ତି ଯେ ଶ୍ରୀଲଙ୍କା ଭାରତ ମହାସାଗରରେ ଏକ ପରିବହନ ହବ୍ ଅଟେ । ଚୀନ୍ ସମେତ ବିଭିନ୍ନ ଦେଶରୁ ବୈଜ୍ଞାନିକ ଅନୁସନ୍ଧାନ ଜାହାଜଗୁଡ଼ିକ ଶ୍ରୀଲଙ୍କାରେ ପୋର୍ଟ କଲ୍ ଦେଇଥାନ୍ତି । ଚୀନ୍ ସର୍ବଦା ଆଇନ ଅନୁଯାୟୀ ଉଚ୍ଚ ସମୁଦ୍ରର ସ୍ବାଧୀନତା ପ୍ରୟୋଗ କରେ ଓ ନିଜ ଅଧୀନରେ ଥିବା ଜଳରେ ବୈଜ୍ଞାନିକ ଗବେଷଣା କାର୍ଯ୍ୟକଳାପ ଉପରେ ଉପକୂଳବର୍ତ୍ତୀ ଦେଶଗୁଡିକର ଅଧିକାରକୁ ପୂର୍ଣ୍ଣ ସମ୍ମାନ କରେ । ଦ୍ୱିତୀୟ, ଶ୍ରୀଲଙ୍କା ଏକ ସାର୍ବଭୌମ ଦେଶ । ଏହାର ବିକାଶ ସ୍ୱାର୍ଥକୁ ଆଧାର କରି ଅନ୍ୟ ଦେଶ ସହିତ ସମ୍ପର୍କ ବିକାଶ କରିବାର ଅଧିକାର ଅଛି । ସାଧାରଣ ସହଯୋଗ ପାଇବା ଆମର ଦୁଇ ଦେଶ ଦ୍ୱାରା ପ୍ରସ୍ତୁତ ସ୍ୱାଧୀନ ପସନ୍ଦ । ଏହା ଉଭୟ ପକ୍ଷର ସ୍ୱାର୍ଥରକ୍ଷା ପାଇଁ ଉଦ୍ଧିଷ୍ଟ ଓ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରେ ନାହିଁ ।

ସୋମବାର ଦିନ ବିଳମ୍ବିତ ରାତ୍ରିରେ ଚୀନର ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ଅନ୍ୟ ଦେଶ ଶ୍ରୀଲଙ୍କାକୁ ଶୋଷଣ କରିବାକୁ ଚାହୁଁଥିବା ଅଭିଯୋଗ କରାଯାଇଛି । ୱେନବିନ କହିଛନ୍ତି ଯେ ଶ୍ରୀଲଙ୍କା ଅର୍ଥନୈତିକ ଓ ରାଜନୈତିକ ଅସୁବିଧା ସହ ମୁକାବିଲା କରୁଥିବାରୁ ଅନ୍ୟ ଦେଶ ଏଥିରେ ହସ୍ତକ୍ଷେପ କରିବା ଅର୍ଥ ହେଉଛି ଶ୍ରୀଲଙ୍କାର ଦୁର୍ବଳତାର ଫାଇଦା ଉଠାଇବା, ଯାହା ନୈତିକ ଦାୟିତ୍ବହୀନ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ନିୟନ୍ତ୍ରଣ କରୁଥିବା ମୌଳିକ ନିୟମ ବିରୁଦ୍ଧରେ ଅଟେ । ଚୀନ୍‌ର ସାମୁଦ୍ରିକ ବୈଜ୍ଞାନିକ ଗବେଷଣା କାର୍ଯ୍ୟକଳାପକୁ ଯୁକ୍ତିଯୁକ୍ତ ଦୃଷ୍ଟିରେ ଦେଖିବା ଓ ଚୀନ୍ ଏବଂ ଶ୍ରୀଲଙ୍କା ମଧ୍ୟରେ ସାଧାରଣ ବିନିମୟ ଓସହଯୋଗରେ ବାଧା ସୃଷ୍ଟି କରିବା ବନ୍ଦ କରିବାକୁ ଚୀନର ଅନୁରୋଧ ମଧ୍ୟ କରିଛି । ତେବା କଥା ହେଉଛି... ଶ୍ରୀଲଙ୍କାର ଦୁର୍ବଳତାର ଫାଇଦା କିଏ ଉଠାଇଛି? ଶ୍ରୀଲଙ୍କା ଅର୍ଥନୈତିକ ଓ ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ କିଏ ତା'କୁ ଋଣ ଯନ୍ତାରେ ଫସାଇଛି?

ସରଳ ଓ ସହଜ ଋଣ ଦେବା ଆଳରେ ଡ଼୍ରାଗନ ଶ୍ରୀଲଙ୍କାକୁ ଗିଳି ସାରିଲାଣି । ତଥ୍ୟ ଅନୁସାରେ, ଏପ୍ରିଲ୍ ୨୦୨୧ ସୁଦ୍ଧା ଶ୍ରୀଲଙ୍କାର ସମୁଦାୟ ଋଣର ୧୦ ପ୍ରତିଶତ ହେଉଛି ଚୀନ୍ ପଇସା । ଦିନକୁ ଦିନ ଶ୍ରୀଲଙ୍କାକୁ ଚୀନ୍ ଦେଇଥିବା ଋଣର ପରିମାଣ ବଢ଼ୁଛି ସିନା କମୁନାହିଁ । ଆଉ ଚୀନ୍ ୧୯୭୧ ମସିହାରୁ ଶ୍ରୀଲଙ୍କା ପାଇଁ ଏକ ଅଗ୍ରଣୀ ବିକାଶର ଭାଗିଦାରୀ ହିସାବରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ କବ୍ଜା କରୁଛି । ଉଦାହରଣ ସ୍ବରୂପ, ହମ୍ଭନନ୍ତୋଟା ବନ୍ଦର ନିର୍ମାଣ ପାଇଁ ଚୀନ୍ ଠାରୁ ବିଲିୟନ ବିଲିୟନ ଡ଼ଲାର ଋଣ ନେଇ ଶୁଝି ନ ପାରିଥିବା ଶ୍ରୀଲଙ୍କା ଶେଷରେ ଚୀନ୍ ର ଚାପ ଆଗରେ ମୁଣ୍ଡ ନୁଆଁଇଛି ।

ଶ୍ରୀଲଙ୍କା, ୧୯୭୧ ମସିହାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ବିକାଶ ପାଇଁ ଚୀନ୍ଠ ଠାରୁ ୮୮୦ ମିଲିୟନ ଡଲାରରୁ ଅଧିକ ଋଣ ପାଇଛି । ୨୦୦୯ ରୁ ୨୦୧୮ ମଧ୍ୟରେ ଶ୍ରୀଲଙ୍କା ପରିବହନ ଓ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୭.୮ ବିଲିୟନ ଡ଼ଲାର୍ - ଯାହାକି ଶ୍ରୀଲଙ୍କାର ୨୦୧୯ ମସିହା ଜିଡିପିର ପ୍ରାୟ ୯.୩ ପ୍ରତିଶତ ବୋଲି ଅକ୍ଟୋବର ୨୦୨୧ ରେ ପ୍ରକାଶିତ UNCTAD ରିପୋର୍ଟରେ କୁହାଯାଇଛି । କେବଳ ଶ୍ରୀ ଲଙ୍କା ନୁହେଁ, ପାକିସ୍ଥାନ, ଆଫ୍ରିକା, ଏସିଆ, ପୂର୍ବ ୟୁରୋପ ଓ ଲାଟିନ୍ ଆମେରିକାର ଅନେକ ଦେଶ ଏବା ଡ଼୍ରାଗନର ଜଳରେ ଫସିଛନ୍ତି ।

ସମ୍ପ୍ରତି, ଗବେଷଣାକାରୀ ମାନେ ଚୀନ୍‌ର ବୈଦେଶିକ ଋଣ ସର୍ତ୍ତାବଳୀ ବିଶ୍ଳେଷଣ କରି ଚାଇନାର ରାଷ୍ଟ୍ରାୟତ୍ତ ସଂସ୍ଥା ଓ ବିଶ୍ୱର ୨୪ଟି ଦେଶରେ ସରକାରୀ ଋଣ ନେଇଥିବା ୧୦୦ ଋଣ ଚୁକ୍ତିନାମା ଯାଞ୍ଚ କରିଛନ୍ତି, ଯାହାର ପରିମାଣ ୩୬.୬ ବିଲିୟନ ଡ଼ଲାର୍ ଅଟେ ।

ୟୁଆନ୍ ୱାଙ୍ଗ- ୫ ଗସ୍ତକୁ ନେଇ ବିବାଦ ମଧ୍ୟରେ ଚୀନ୍ ଓ ଶ୍ରୀଲଙ୍କା ସମ୍ଭାବ୍ୟ ଆର୍ଥିକ ସହାୟତା ନେଇ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଛ । କଲମ୍ବୋ ବେଜିଂରୁ ୪ ବିଲିୟନ ଡଲାରର ଆର୍ଥିକ ସହାୟତା ଚାହୁଁଛି । ଚଳିତ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତା କରିବା ପାଇଁ ଭାରତ ୩.୫ ବିଲିୟନ ଡଲାରରୁ ଅଧିକ ପରିମାଣର ଆର୍ଥିକ ଓ ମାନବୀୟ ସହାୟତା ପ୍ରଦାନ କରିଥିବାବେଳେ, ମେ ମାସରେ ଚୀନ୍ ୭୪ ମିଲିୟନ ଡଲାର ଅନୁଦାନ ଘୋଷଣା କରିଛି । ଅଧିକ ସହାୟତା ପାଇଁ ଶ୍ରୀଲଙ୍କାର ଅନୁରୋଧକୁ ନେଇ ବେଜିଂ ତରଫରୁ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଆସିନାହିଁ । ତେଣୁ, କେବଳ ଶ୍ରୀ ଲଙ୍କା ନୁହେଁ, ଚୀନ୍ ଋଣରେ ଚଳୁଥିବା କାଙ୍ଗାଳ ପାକିସ୍ଥାନ ମଧ୍ୟ ଆମର ସୁରକ୍ଷାପ୍ରତି ବିପଦ । କାରଣ, କଥାରେ ଆଛି , ମରତା କ୍ୟା ନେହିଁ କରତା...

ଏହା ବି ପଢ଼ନ୍ତୁ: ବିହାରରେ ପୁଣି ପଲଟିବ ବାଜି! ବଢ଼ିଲା ନୀତିଶଙ୍କ ଟେନସନ୍